ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ୱର: ଗାଁ ଭିତରେ ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଭଳି ଘଟଣା ଘଟିଛି ପାହାଳ ନିକଟ ଗୋହଳ ଗ୍ରାମରେ।

କିଛି ଦିନ ତଳେ ଗୋହଳ ଗ୍ରାମର ୨ଜଣ ଅସାମାଜିକ ଯୁବକ ଅନ୍ୟ ଦୁଇ ଜଣ ଅଚିହ୍ନା ଯୁବକଙ୍କ ସହିତ ଗାଁ ମୁଣ୍ଡରେ ଥିବା ଏକ ଘରେ ବୋମା ଭିଡୁଥିଲେ। ସେହି ଗାଁର ସଭାପତି ପ୍ରଭାତ କୁମାର ଦାସ ଏ ସଂପର୍କରେ ପାହାଳ ଫାଣ୍ଡିରେ ଏତଲା ଦେଇଥିଲେ। ଏଥିରେ ଉତ୍‌କ୍ଷିତ୍ପ ହୋଇ ହୋଇ ଦୁର୍ବୁତ୍ତମାନେ ପ୍ରଭାତଙ୍କୁ ଆକ୍ରମଣ କରି ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଦେଇଛନ୍ତି।

ପ୍ରଭାତ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପରିବାରକୁ ସୁରକ୍ଷା ଦେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପ୍ରଭାତଙ୍କ ଝିଅ। ପୁଲିସ୍ ଜଣେ ଅଭିଯୁକ୍ତ କୁ ଅଟକ ରଖିଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି।

You might also like