ଦ୍ୱିତୀୟ ଡୋଜ୍ ଟିକା ପାଇଁ ମୋବାଇଲ ଧରି ବୁଲୁଛନ୍ତି ଯୁବ ଗୋଷ୍ଠି, ହେଲେ ହୋଇପାରୁନି ପଞ୍ଜିକରଣ; କେମିତି ନେବେ ଟିକା..?

ମହାମାରୀ କରୋନା ସହ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ସରକାର । ଟିକା ପାଇଁ ଉଦ୍ଧିଷ୍ଟ ବୟସ ବର୍ଗର ସବୁ ବ୍ୟକ୍ତି କେମିତି ଟିକା ନେଇପାରିବ ସେଥିପାଇଁ ଅନଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟର ଅନେକ ଅଞ୍ଚଳରେ ଏବେ ଅନଲାଇନ ପଞ୍ଜିକରଣରେ ଦେଖାଦେଇଛି ସମସ୍ୟା ।‍ ଆଉ ସମସ୍ୟର ମୁଖ୍ୟ କାରଣ ହେଉଛି ମୋବାଇଲ ନେଟୱାର୍କ । ଅନେକ ସ୍ଥାନରେ ନେଟୱାର୍କ ଆସୁନଥିବାରୁ ଟିକା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ ।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ଗାଁର ଯୁବକ ଗୋଷ୍ଠି ଦଳ ଦଳ ହୋଇ ଗାଁ ମୁଣ୍ଡକୁ ଯାଉଛନ୍ତି । କାରଣ ଗାଁ ଭିତରେ ନେଟୱାର୍କ ଆସୁନି । ଦିନ ରାତି ଏହି ଯୁବକମାନେ ଏଣେ ତେଣେ ବୁଲୁଛନ୍ତି ଖାଲି ନେଟୱାର୍କ ଖୋଜିବା ପାଇଁ, ହେଲେ ନଟୱାର୍କ ଥିଲେ ତ ଆସିବ । ଯୁବକଙ୍କ ପାଖରେ ସ୍କାର୍ଟ ଫୋନ ରହିଛି, ହେଲେ ନେଟୱାର୍କ ନଥିବାରୁ ସେମାନେ ଦ୍ୱିତୀୟ ଡୋଜ ଟିକା ପାଇଁ ପଞ୍ଜତିକରଣ କରିନାରୁ ନାହାନ୍ତି । ଆଉ ପଞ୍ଜିକରଣ ନ କରିପାରିଲେ ଟିକା ନେଇପାରିବେ ନାହିଁ । ରାଜ୍ୟର ଅଧିକାଂଶ ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁ ଟିକା ପାଇବାରୁ ଲୋକେ ବଞ୍ଚିତ ହେଉଥିବା ଦେଖାଯାଇଛି ।

ସେହିଭଳି ନବରଙ୍ଗପୁର ଉମରକୋଟରେ ମଧ୍ୟ ଅନେକ ଲୋକଙ୍କ ହାତରେ ସ୍ମାର୍ଟ ଫୋନ ଅଛି, ହେଲେ ନେଟୱାର୍କ ନାହିଁ । ତେଣୁ ସେମାନେ କେମିତି ଟିକା ନେବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ।

କେବଳ ଉପାନ୍ତ କାହିଁକି, ରାଜ୍ୟର ଅନେକ ସ୍ଥାନରେ ଏବେ ଟିକାକରଣ ପାଇଁ ପଞ୍ଜିକରଣରେ ବାଧକ ସାଜିଛି ନେଟୱାର୍କ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୁଡିପାଲ୍ଲୀ ଗାଁ ଲୋକଙ୍କ ବି ସମଦଶା । ପ୍ରଥମ ଡୋଜ ପାଇଁ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଟିକା ନେବାକୁ କହିଥିଲେ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଲୋକେ ଟିକେ ନେଇଥିଲେ । ହେଲେ ଦ୍ୱିତୀୟ ଡୋଜ ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଗଲା । ଯାହା କି ଲୋକଙ୍କୁ ନିରାଶ କରିଛି । କାରଣ ହେଉଛି ନେଟୱାର୍କ ସମସ୍ୟା । ଏପଟେ ରେଢାଖୋଲ ବୁର୍ଡା ପଞ୍ଚାୟତର ୭ ଖଣ୍ଡ ଗାଁର ଲୋକେ ମଧ୍ୟ ସେହି ସମାନ ସମସ୍ୟାର ସାମ୍ନା କରୁଛନ୍ତି ।

ତେବେ ଏହି ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାର ନିକଟରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କ ପାଇଁ ଟିକାକରଣ ଲଗି ଅନସ୍ପଟ ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି । ଏହି ବର୍ଗର ଲୋକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରି ଟିକାକରଣ କେନ୍ଦ୍ରକୁ ଯାଇ ଡୋଜ୍ ନେଇପାରିବେ । ନେଟୱାର୍କ ଆସୁନଥିବା ଅଞ୍ଚଳର ଲୋକେ ଏବଂ ଇଣ୍ଟରନେଟ ଓ ମୋବାଇଲ ଫୋନର ବ୍ୟବହାର କରିପାରୁନଥିବା ବ୍ୟକ୍ତିଙ୍କୁ ଫାଇଦା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ଟିକା କେନ୍ଦ୍ର ଅଧିକାରୀମାନେ ଅନସ୍ପଟ ପଞ୍ଜୀକରଣ ପାଇଁ ଅନୁମତି ଦେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।  ତେବେ ଏହି ସୁବିଧା କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ।

You might also like