• translate
Odishatv Bureau

ଭଦ୍ରକ: ସେପଟେ ଲଗାଣ ବର୍ଷା ଆଉ ଏପଟେ ଜଳ ନିଷ୍କାସନ ନାଳ ଅବରୋଧ । ବନ୍ୟା ନ ଆସୁଣୁ ବନ୍ୟା ପ୍ରାୟ ପରିସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇନପାରି ଶହ ଶହ ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଧାନ ତଳି ଓ ବୁଣା ଜମି ନଷ୍ଟ ହୋଇଯାଇଛି।

vlcsnap-error841ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଭଦ୍ରକ ଜିଲ୍ଲା କେଦାରପୁର ପଂଚାୟତର ସେରପୁର ଗାଁର ଚାଷୀ। ଅଭିଯୋଗ ଅନୁସାରେ ଧାମରାବନ୍ଦର ରେଳପଥ ନିର୍ମାଣ ଲାଗି ଜଳ ନିଷ୍କାସନ ନାଳ ଅବରୋଧ ହୋଇଛି। ତହସିଲଦାର କହଛନ୍ତି ବେଆଇନ ଭାବେ ଜଳ ନିଷ୍କାସନ ନାଳକୁ ଅବରୋଧ କରାଯାଇଛି । ଏନେଇ ଉପଜିଲ୍ଳାପାଳଙ୍କ ନିକଟରେ ଏକ ମାମଲା ରୁଜୁ ହେବା ସହ ଖୁବ ଶୀଘ୍ର ସମସ୍ୟାର ସମାଧାନ ଉଦ୍ୟମ କରାଯାଉଛି।

Other Stories