ରବିବାର ଛଡ଼ା ସବୁଦିନ ଟିକାକରଣ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର: ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟିକାକରଣ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ଏହାକୁ ବଢ଼ାଇବାକୁ ଆବଶ୍ୟକ ଭିତ୍ତିଭୂମିକୁ ଉନ୍ନତ କରାଯିବ ।

 

ଏବେ ରାଜ୍ୟରେ ୭ ଶହ ସେଣ୍ଟର ଚାଲୁଛି ଏହାକୁ ବଢ଼ାଇ ହଜାରେ କରାଯିବ । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ଟିକାକରଣ କେନ୍ଦ୍ରକୁ ବୃଦ୍ଧି କରାଯାଇଛି। ବରିଷ୍ଠ ନାଗରିକଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ପ୍ରକ୍ରିୟା ବି ଏକକାଳୀନ ଚାଲିଛି । ଏବେ ସୁଦ୍ଧା ରାଜ୍ୟରେ ୯୧ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ୮୦ ପ୍ରତିଶତ ସମ୍ମୁଖ ଯୋଦ୍ଧା ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

 

ସେପଟେ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ‘ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ନିୟନ୍ତ୍ରଣାଧିନ ଅଛି। ତେବେ ଗତ ୨ ମାସ ଭିତରେ ସାରା ଦେଶରେ ସଂକ୍ରମଣ କିଛି ପରିମାଣରେ ବଢ଼ିଛି। ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ନୂଆ କେସ୍ ସାରା ଦେଶରୁ ବାହାରୁଛି। ଏହା ଦ୍ୱିତୀୟ ଲହରି କି ନୁହେଁ ତାହା କହିହେବ ନାହିଁ। ଅନ୍‌ଲକ୍‌ ଯୋଗୁ ଯାତାୟାତ ବୃଦ୍ଧି ପାଇଛି ଓ ଲୋକେ ଟିକେ ଢିଲା ହୋଇଛନ୍ତି। ତେଣୁ ଆଗକୁ ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି। 

You might also like