ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ

ଦେବଗଡ଼:  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍  ଚଢଉ କରିଛନ୍ତି।

ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଥିବା ଶ୍ୱଶୁର ଘର ଓ ଗଣ୍ଡଗରାରେ ଥିବା ପୈତୃକ ବାସଭବନରେ  ଚଢ଼ଉ ହୋଇଛି ।

ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛନ୍ତି।

You might also like