ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକରୁ ଆସିଥିବା ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଦ୍ୱାରା ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ।
ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ୍ ମାମଲାରେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିବା ସହ ଲାଞ୍ଚ ଟଙ୍କାକୁ ଜବତ କରିଛି । ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ଜାଣିବା ଲାଗି ଭିଜିଲାନ୍ସ ପକ୍ଷରୁ ଅଧିକ ରେଡ୍ ଜାରି ରହିଛି ।
ସଂପୃକ୍ତ ପବ୍ଲିକ ପ୍ରସିକ୍ୟୁଟରଙ୍କ ଭବାନୀପାଟଣା ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏକ ପୁରୁଣା ମାମଲାରେ ଜଣେ ପୋଲିସ ASIଙ୍କୁ ଖସାଇ ଦେବାକୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।