କୋଟିପତି ହିନ୍ଦୀ ଶିକ୍ଷକ; ୧୦ଟି ପ୍ଲଟ୍‌, ୫ଟି ଘର

ବ୍ରହ୍ମପୁର: ପ୍ରାୟ ୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର, ଭୁବନେଶ୍ୱର ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ଏହି ରେଡ୍‌ ସମୟରେ  ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏହାସହ ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍‌ବୁକ୍‌ ଓ କିଛି ଗାଡ଼ି ମଧ୍ୟ ଜବତ ହୋଇଛି।

ବ୍ରହ୍ମପୁରରେ ଭୁବନାନନ୍ଦଙ୍କର ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ। ବ୍ରହ୍ମପୁରରେ ୩୮ ଲକ୍ଷ ଟଙ୍କାର ୧୦ଟି ପ୍ଲଟ ବି ଅଛି। ସେହିପରି ପୁରୀ, ଗୋପାଳପୁରରେ ମଧ୍ୟ ଅଛି ଆପାର୍ଟମେଣ୍ଟ। ଏତଦ୍‌ବ୍ୟତୀତ ଭୁବନାନନ୍ଦ ଏଲ୍‌ଆଇସିରେ ୨୦ ଲକ୍ଷ ଟଙ୍କାରୁ ଅଧିକ ନିବେଶ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like