ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ପ୍ରଧାନଶିକ୍ଷକଙ୍କ ବାରିପଦା ବାସଭବନ, ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି।

ରଘୁନାଥପୁର ଠାରେ ୨ଟି ଘର, ୭ଟି ପ୍ଲଟ୍‌, ଚାରି ଚକିଆ ଗାଡ଼ି, ୨ଟି ବାଇକ୍ ସହ ଅନେକ ବ୍ୟାଙ୍କ ପାସ୍‌ବୁକ୍‌ ଓ ବ୍ୟାଙ୍କ ଲକର ଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମୋଟ ସମ୍ପତ୍ତି ଆକଳନ କରାଯାଉଛି।

You might also like