ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ସାଢେ ୬ କୋଟିର ସମ୍ପତ୍ତି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କ ଘରୁ ମିଳିଛି ୬ କୋଟି ୫୦ ଲକ୍ଷ ଟଙ୍କାର ସଂପତ୍ତି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଂପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି।

ଗତକାଲି ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଭିଜିଲାନ୍ସ ଏସ୍‌ପି କହିଛନ୍ତି, ଏବେ ତଦନ୍ତ ଚାଲିଛି। ସଂପତ୍ତିର ପରିମାଣ ବଢିପାରେ।

ତେବେ ଓଡ଼ିଶା ଭିଜିଲାନ୍ସ ଇତିହାସରେ କୌଣସି ସରକାରୀ କର୍ମଚାରୀଙ୍କଠାରୁ ଏତେ ପରିମାଣର ସଂପତ୍ତି ଠାବ ହେବା ପ୍ରଥମ ଘଟଣା ବୋଲି ଏସ୍‌ପି କହିଛନ୍ତି।

ସୂଚନାଥାଉ କି, ରବୀନ୍ଦ୍ରଙ୍କ ପୁଅ ନାଁରେ ବିଲଡର ସଂସ୍ଥା ଥିବା ସହ ଆପାର୍ଟମେଣ୍ଟ, ୪୮ଟି ଫ୍ଲାଟ ଥିବା ମଧ୍ୟ ସୂଚନା ମିଳିଥିଲା।

You might also like