‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ଭୁବନେଶ୍ୱର: IFS ଅଭୟ ପାଠକଙ୍କ ସମ୍ପତ୍ତିର ଆକଳନ କରିଛି ଭିଜିଲାନ୍ସ ବିଭାଗ। ପ୍ରାୟ ୨ ଦିନ ଧରି ଏହି କୁବେର ଅଫିସରଙ୍କ ଚଢାଉ ପରେ ଅମାପ ସମ୍ପତ୍ତିର ବଡ଼ ଚିଠା ତିଆରି କରିଛି ଭିଜିଲାନ୍ସ। IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ମୁମ୍ବାଇରୁ ଭୁବନେଶ୍ୱର ଆଣିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍।ଭୁବନେଶ୍ୱରରେ ପହଞ୍ଚିବା ପରେ ଆକାଶଙ୍କୁ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଛି।

  • ଅଭୟଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଓ ୮୦୦ ଗ୍ରାମ ସୁନା ଠାବ
  • ୨୩ ଲକ୍ଷ ଟଙ୍କାର ଗହଣା କିଣା ଯାଇଥିବା କାଗଜାତ ଠାବ
  • ଅଭୟଙ୍କ ପୁଅର ବ୍ୟାଙ୍କ ଆକାଉଣ୍ଟରୁ ୯.୪ କୋଟି ଟଙ୍କା ଠାବ
  • ୯.୪ କୋଟିରୁ ୮.୪ କୋଟି ଭୁବନେଶ୍ୱରର ବିଭିନ୍ନ ବ୍ୟାଙ୍କରେ ଠାବ
  • ସହିଦ ନଗର ଓ ନୟାପଲ୍ଲୀର ବିଭିନ୍ନ ATM ମାଧ୍ୟମରେ ଟଙ୍କା ଜମା ହୋଇଛି
  • ପୁଅ ନାଁରେ ଅଛି ମୂଲ୍ୟବାନ ମର୍ସିଡିଜ୍, BMW, ଟାଟା ହାୟର କାର୍
  • ପୁଅ ନାଁରେ ମଧ୍ୟ ୩ଟି ଦାମିକା ୟାମା FZS ବାଇକ୍ ଠାବ
  • ପୁନେ ଭ୍ରମଣ କାଳରେ ଗାଡ଼ିରେ ଖର୍ଚ୍ଚ କରିଛନ୍ତି ୨୫ ଲକ୍ଷ ଟଙ୍କା
  • ଭ୍ରମଣ କଳରେ ରହଣି ବାବଦକୁ ଖର୍ଚ୍ଚ କରିଛନ୍ତି ୧ କୋଟି ଟଙ୍କା
  • ମୁମ୍ବାଇର ହୋଟେଲ ତାଜମହଲ ପ୍ୟାଲେସ୍‌ରେ ରହି ବିଲ୍ ଦେଇଛନ୍ତି ୯୦ ଲକ୍ଷ
  • ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ୍ ପାଇଁ ଆଡଭାନ୍ସ ବୁକିଂ ୨୦ ଲକ୍ଷ
  • ମ୍ୟାଲେସିଆ, ହକଂ, UK, UAE ଓ ମାଳଦ୍ୱୀପକୁ ବିଦେଶ ଭ୍ରମଣ କରିଛନ୍ତି
  • ବିଦେଶ ଭ୍ରମଣ ବାବଦରେ ଖର୍ଚ୍ଚ କରିଛନ୍ତି ୩ କୋଟି ଟଙ୍କା
  • ଦେଶ ଭିତରେ ଚାର୍ଟର ଫ୍ଲାଇଟ୍‌ରେ ବୁଲି ଖର୍ଚ୍ଚ କରିଛନ୍ତି ୩ କୋଟି ଟଙ୍କା
You might also like