ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ଅଜୟ କୁମାର ଦାସଙ୍କ ଟଙ୍କପାଣି ରୋଡ ସ୍ଥିତ ଘର, ଭୁବନେଶ୍ୱର ରତ୍ନାକର ବାଗ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ଘର, ଭୁବନେଶ୍ୱର ନୂଆଗାଁ ଆଉଟ୍ ହାଉସ୍ ଓ ପଟିଆ ଫ୍ଲାଟ୍ରେ ଚଢ଼ାଉ କରାଯାଇଛି। ଏବେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଭିଜିଲାନ୍ସ ରେଡ୍ରେ ଏବେ ସୁଦ୍ଧା ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କ ନାଁରେ ଭୁବନେଶ୍ୱରରେ ୨ଟି ଫ୍ଲାଟ୍ ଏବଂ ପୁରୀରେ ଗୋଟିଏ ଫ୍ଳାଟ୍ ଥିବା ଜଣାପଡ଼ିଛି।