ଭିଜିଲାନ୍ସ ଜାଲରେ ଗୁଣପୁର ITDAର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଗୁଣୁପୁର ITDAର କନିଷ୍ଠ ଯନ୍ତ୍ରୀ ।  ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ଗଗନ ପତିଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଗଗନଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଛି ।

ବ୍ରହ୍ମପୁରର ତିନୋଟି ଘରେ ଯାଞ୍ଚ କରିଛି ଭିଜିଲାନ୍ସ । ଗଗନଙ୍କ ସିର୍ଦ୍ଧାଥ ନଗରର ତ୍ରିତାଳ ପ୍ରାସାଦ, ପୌତୃକ ଘର ଏବଂ ଶ୍ୱଶୂର ଘରେ ଛାନଭିନ୍ କରିଛି ଟିମ୍ । ସିର୍ଦ୍ଧାଥ ନଗରର ଘରୁ ଭିଜିଲାନ୍ସକୁ ମିଳିଛି ବହୁ ସଂଖ୍ୟାରେ ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ।

ଏପର୍ଯ୍ୟନ୍ତ ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଜବତ ହୋଇଛି । ଏହାଛଡ଼ା ଗଗନଙ୍କ ରାୟଗଡ଼ା ଗୁଣୁପୁର କାର୍ଯ୍ୟାଳୟ ଏବଂ ମୁନିଗୁଡ଼ା ସରକାରୀ ଘରେ ମଧ୍ୟ ଯାଞ୍ଚ କରିଛି ଭିଜିଲାନ୍ସ ।

You might also like