ଭିଜିଲାନ୍ସ ଜାଲରେ ନିଲମ୍ବିତ IIC

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଥିବା IIC ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାର IIC ଥିଲେ।

ଧନେଶ୍ୱରଙ୍କ ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ, କଟକ ଏବଂ ଭୁବନେଶ୍ୱର ଘରେ  ରେଡ୍ ହୋଇଛି। ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘରେ ବି ଚଢ଼ଉ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଟିମ୍ ମୋଟ୍ ୭ଟି ଠିକଣାରେ ଏହି ରେଡ୍ କରିଛି। ଏହାସହ ଭିଜିଲାନ୍ସ ଟିମ୍ ଧନେଶ୍ୱରଙ୍କ ସମ୍ପତ୍ତି ନେଇ ଯାଞ୍ଚ ଆରମ୍ଭ କରିଛି।

ସୂଚନାଥାଉ କି, ଡ୍ରଗ୍ସ ମାଫିଆଙ୍କ ସହ ଧନେଶ୍ୱର ସାହୁଙ୍କ ଲିଙ୍କ୍‌ ଥିବାନେଇ ଖବର ପ୍ରସାରଣ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

You might also like