ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଟିଟିଲାଗଡ଼: ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ ବେଲପଦର ଫାର୍ମ ହାଉସ୍ରେ ରେଡ୍ କରାଯାଇଛି। ଏହି ରେଡ୍ରେ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍ର ୨୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଏହି ରେଡ୍।
ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍ କରିଥିଲା। ଏଯାଏଁ କିରାଣିଙ୍କର ୧ କୋଟି ୪୨ ଲକ୍ଷ ୮୮୭୦ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଠାବ ସମ୍ପତ୍ତି ମଧ୍ୟରେ ଅଛି ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା, କଟକରେ ଏକ 3BHK ଫ୍ଲାଟ୍; ସାତପୁରା ଓ ପାଣିଶାଳିଆରେ ୬ଟି ପ୍ଲଟ୍ ଠାବ ହୋଇଛି।