ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।

ରାୟଗଡା: ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବ୍ରହ୍ମପୁର, ଧରାକୋଟ, ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚଳାଇଛି। ସେପଟେ ଉଦ୍ଧବଙ୍କ ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ବି ଭିଜିଲାନ୍ସ ଖୋଳତାଡ଼ କରୁଛି।

ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ବି ଭିଜିଲାନ୍ସ ଚଢାଉ ହୋଇଛି।ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଗ୍ରାମ ପଂଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେର ଘରେ ଚାଲିଛି ରେଡ। ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ବଲାଙ୍ଗୀର, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ରେଡରେ ସାମିଲ ହୋଇଛନ୍ତି। ସୋନପୁର ସହର ମାଣିକେଶ୍ୱରୀ ସ୍ଥିତ ବାସଭବନ ଏବଂ ଚେରୁପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଏକା ସାଂଗରେ ରେଡ ଚାଲିଛି।

ତେବେ ଗତ କିଛି ଦିନ ହେବ ରାଜ୍ୟରେ ଜୋରସୋରରେ କାର୍ଯାନୁଷ୍ଠାନ ଗ୍ରହଣ କରୁଛି ଭିଜିଲାନ୍ସ। ଗତାକାଲି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତିଜଣେ ଧନୀ ଅଙ୍ଗନବାଡ଼ି କର୍ମୀ । ପୁରୀର ଏଇ ଧନୀ ଅଙ୍ଗନବାଡ଼ି କର୍ମୀ  ନାଁ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ  ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିବା ଜଣାଯାଇଛି।

ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍
ରାୟଗଡ଼ା ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ରେଡ୍
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍
ବ୍ରହ୍ମପୁର, ଧରାକୋଟ, ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍
ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ଚାଲିଛି ଚଢ଼ାଉ

ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଲଡିଂ, ସଙ୍ଗମ ମୌଜା  ମଙ୍ଗଳା ହାଟରେ ଥିବା ଅଟା ମିଲ୍‌, ବାଲି ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ର, ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଛି। ସୂଚନାଥାଉ କି, ପୁରୀ ବାସେଳି ସାହିର ଅକ୍ଷୟଧାନ ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି।

ସୂଚନାଥାଉ କି, ଗତକାଲି ମଧ୍ୟ ଜଣେ ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢାଉ କରିଥିଲା ପୋଳିସ । ବ୍ରହ୍ମପୁରର ଏହି ଅଙ୍ଗନୱାଡି କର୍ମୀଙ୍କର ବ୍ରହ୍ମପୁରରେ ରହିଛି ଗୋଟିଏ ଦୁଇ ମହଲା ଘର, ଗୋଟିଏ ତିନି ମହଲା ଘର। ସେହିପରି ଘରେ ତାଙ୍କର ଏକ ଛତୁଆ ତିଆରି ଫ୍ୟାକ୍ଟ୍ରି ରହିଛି। ଭୁବନେଶ୍ୱରରେ ତାଙ୍କର ଦୁଇଟ ଫ୍ଲାଟ ରହିଛି। ଏକ କାର ମଧ୍ୟ ଭଡରେ ଦିଆଯାଇଛି।

ଅଙ୍ଗନବାଡି କର୍ମୀଙ୍କ ଘରୁଏତେ ଟଙ୍କାର ସମ୍ପତି ବାହାରିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like