ଭୁବନେଶ୍ୱର: ଭୁବନେଶ୍ୱର ରୋଡ୍ ଏବଂ ବିଲ୍ଡିଙ୍ଗ୍ ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା ନେଇ ସୂଚନା ମିଳିଛି।
ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଂଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଂଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ଥିବା କେସ୍ ଆଧାରରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୧୫ଟି ଟିମ ରେଡ୍ରେ ସାମିଲ ହୋଇଛନ୍ତି। ତେବେ ଚଢ଼ାଉ ବେଳେ କେତେ ଆୟବହିର୍ଭୂତ ସଂପତ୍ତି ଜବତ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ।