ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ

ସରକାରୀ ବାବୁଙ୍କୁ ଲାଞ୍ଚ ଅଡ଼ୁଆ

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡିଛନ୍ତି ବନ ଅଧିକାରୀ। ନୟାଗଡ଼ ଛାମୁଣ୍ଡିଆ ବନପାଳ ଗୋଲକ ବିହାରୀ ବେହେରା ଭିଜିଲାନ୍ସ ରାଡାରରେ ପଡ଼ିଛନ୍ତି। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଧରିଛି। ଅଭିଯୋଗ ଅନୁଯାୟୀ, ପୁଷ୍ପାଞ୍ଜଳୀଙ୍କୁ ବିନା କୌଣସି କାରଣରୁ ନୋଟିସ୍ କରାଯାଇଥିଲା । ଏହାର ସମାଧାନ ପାଇଁ ତାଙ୍କୁ ଲାଞ୍ଚ ମଗାଯାଇଥିବା ସେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ତେବେ ଗତକାଲି ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି।

 

You might also like