ରିଜର୍ଭ ପୁଲିସ୍ ହାବିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ୍
କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାର ରିଜର୍ଭ ପୁଲିସ୍ ହାବିଲ୍ଦାର। ହାବିଲ୍ଦାର ତୈଲୋକ୍ୟନାଥ ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ୍ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଟିମ୍ ତୈଲୋକ୍ୟଙ୍କ ବାସଭବନ ସହ ୩ଟି ସ୍ଥାନରେ ଚଢ଼ଉକରିଛି। ଚଢ଼ଉବେଳେ ବ୍ୟାଙ୍କ ପାସବୁକ୍, ଅଳଙ୍କାର ସହ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜପତ୍ର ଜବତ ହୋଇଛି।