ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ
ପ୍ରଧାନ ଶିକ୍ଷକଙ୍କ ଘରେ ଛାପା ମାରିଲା ଭିଜିଲାନ୍ସ
ବରଗଡ: ପ୍ରଧାନ ଶିକ୍ଷକଙ୍କ ଘରେ ଛାପା ମାରିଲା ଭିଜିଲାନ୍ସ। ବରଗଡ଼ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ରେଡ୍ କଲା ଭିଜିଲାନ୍ସ। ବରଗଡ଼ ଜିଲ୍ଲାର ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିସ୍ଥିତ ଘରେ ଭିଜିଲାନ୍ସ ରେଡ କରିଥିବା ନେଇ ସୂଚନା ମିଳିଛି ।
ଏକ ଟିମ୍ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଆକଳନ କରାଯାଇଛି, ତାହା ଜଣାପଡିନାହିଁ।