• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପୁରୀ: ପୁରୀ ଜିଲ୍ଲାର ପୂର୍ବତନ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରିଛି। ବସନ୍ତ ମହାନ୍ତିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।

ପୁରୀ ଫ୍ରେଣ୍ଡସ କ୍ଲବ୍‌ରେ ଥିବା ବସନ୍ତଙ୍କ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଓ କେନ୍ଦ୍ରାପଡା ରାଜନଗର କୁରୁଣ୍ଟି ଗାଁରେ ଥିବା ପୈତୃକ ବାସଭବନରେ ଚଢ଼ାଉ ହୋଇଛି।

ଜମି କିଣାବିକାରେ ସମ୍ପୃକ୍ତି, ବେଆଇନ୍‌ ଜମିର କିସମ ପରିବର୍ତ୍ତନ ଓ ଜମି ଅଦଳବଦଳ ଭଳି ଅନେକ କାର୍ଯ୍ୟରେ ଅନିୟମିତତା ନେଇ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ‌ଆସିଛି।

ସୂଚନାଥାଉ କି, ଗତବର୍ଷ ଡିସେମ୍ବରରେ ପୁରୀରର ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ  ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା।

Vigilance-raid-in-former-ri-of-puri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories