ଫସିଲେ ପୂର୍ବତନ ଉଦ୍ୟାନ କୃଷି ଅଧିକାରୀ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ ୫ଟି ଘରେ ରେଡ୍ ଚାଲିଛି। କଟକ ଜ୍ୟୋତି ବିହାର, ବିଡ଼ାନାସୀ ଏବଂ ସିଡିଏ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି।

ଜଗତସିଂହପୁର ଏରସମାରେ ଥିବା ରମେଶଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।

You might also like