ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ଏତେ ସମ୍ପତ୍ତି !

ସୁନ୍ଦରଗଡ଼:  ଭିଜିଲାନ୍ସ ଜାଲରେ ସହକାରୀ ପଡିଛନ୍ତି ଯନ୍ତ୍ରୀ। ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରୁଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।

ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସହ ଅଫିସ, ଦେବଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ରିଆମାଳସ୍ଥିତ ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ । ଚଢାଉ ବେଳେ ସହକାରୀ ଯନ୍ତ୍ରୀଙ୍କ କେନ୍ଦୁଘାଟରେ ୧୬ ଏକର ଜମିରେ ଫାର୍ମ ହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଜମି, ଖୋର୍ଦ୍ଧା ଜଟଣୀରେ ଜମି ଏବଂ ଦେବଗଡ଼ ଜିଲ୍ଲାର ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏବେ ବି ଚଢାଉ ଜାରି ରହିଥିବାରୁ ମୋଟ ସମ୍ପତ୍ତିର ପରିମାଣ ଆକଳନ ହୋଇନାହିଁ

You might also like