ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର

ଭୁବନେଶ୍ୱର: ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର। ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା। ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଛି। ତଦନ୍ତର ଅଗ୍ରଗତି ନେଇ ଭିଜିଲାନ୍ସ ସୂଚନା ଦେଇ ଏହି ତଥ୍ୟ ଦେଇଛି।

ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ ତା’ମଧ୍ୟରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଏହାବାଦ୍ ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କରେ ଆକାଉଣ୍ଟ ଥିବା ସହ ଇନସ୍ୟୁରାନ୍ସ ପଲିସି ମଧ୍ୟ ରହିଛି।

କେବଳ ଆକାଶ ନୁହେଁ, ଅଭୟକାନ୍ତ ଏବଂ ପରିବାର ସଦସ୍ୟଙ୍କ ନାଁରେ ମଧ୍ୟ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଯାହାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ କହିଛି। ତିନି ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଥିବା ପାଠକ ବାପ-ପୁଅଙ୍କର ଆଜି ଦ୍ୱିତୀୟ ଦିନ। ସକାଳେ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଥିଲା। ଏହାପରେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ପଢ଼ନ୍ତୁ: ଯେତେ ଖୋଳିଲେ ସେତେ ବାହାରୁଛି ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି, ପୁଅ ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ଟଙ୍କା

You might also like