କୁବେର ବାପା-ପୁଅଙ୍କ କଳା ସାମ୍ରାଜ୍ୟର ଫିଟୁଛି ଗୁମର
ଭୁବନେଶ୍ୱର: ଗିରଫ ହୋଇ ଜେଲ୍ରେ ଥିବା IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ କଳା ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି।
କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ବି ଲମ୍ବିଛି ପାଠକ ବାପାପୁଅଙ୍କ ଦୁର୍ନୀତିର ଚେର। ୩ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିଥିବା ଭିଜିଲାନ୍ସ ଆର୍ଥିକ କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି।
ଭିଜିଲାନ୍ସର ଗୋଟିଏ ଟିମ୍ ପାଟନା ଯାଇ ପାଠକ ଓ ତାଙ୍କ ପରିବାରର ସମ୍ପତ୍ତି ଓ ନିବେଶ ଉପରେ ମଧ୍ୟ ଖୋଳତାଡ଼ କରିଛି। ଅନ୍ୟପକ୍ଷେ, ଆକାଶ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇ ଥିବାବେଳେ ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର୍ସଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ।
ଆକାଶଙ୍କ ଆର୍ଥିକ କାରବାରର ପ୍ରମୁଖ ସାକ୍ଷୀ ହେଉଛନ୍ତି ଡେଭିଡ ପିଟର୍ସ। ସେ ଆକାଶଙ୍କ ସହ ଚାଟାର୍ଡ ଫ୍ଲାଇଟ୍ରେ ବୁଲୁଥିଲେ। ବଡ଼ବଡ଼ ବାବୁଙ୍କ ସହ ମିଟିଂ ଫିକ୍ସ କରୁଥିଲେ ଓ ନିଜେ ବି ମିଟିଂରେ ବସୁଥିଲେ। ବାପ-ପୁଅଙ୍କ ଦୁର୍ନୀତି ପେଡିର ଗୁମର ଭିଜିଲାନ୍ସ ଫିଟାଇ ଥିବାବେଳେ ଆଗକୁ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ ବୋଲି ଚର୍ଚ୍ଚା ହେଉଛି।
ପଢ଼ନ୍ତୁ: ଆକାଶ ପାଠକ ଟାଟା କମ୍ପାନୀର କର୍ମଚାରୀ କି ? ସ୍ପଷ୍ଟୀକରଣ ରଖିଲା ଟାଟା