ଭିଜିଲାନ୍ସ ରେଡ୍‌, ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର Directorate Of Factories & Boilers ର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା। ରମେଶ ଚନ୍ଦ୍ରଙ୍କ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।

ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରରେ ୪୧ ଲକ୍ଷ ଟଙ୍କାର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷ ଟଙ୍କାର ବିଲ୍ଡିଂ, ପୁଡୁଚେରିରେ ବି ବିଲ୍ଡିଂ, ୬ ଶହ ଗ୍ରାମର ସୁନା ଓ ରୂପା ରହିଛି।

ସୂଚନାଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରମେଶ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିଲା। ତାଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ବି ରେଡ୍ ହୋଇଥିଲା।

ସେ ପରିବାର ସଦସ୍ୟଙ୍କ ସହ ଅନେକ ଥର  ବିଦେଶ ଗସ୍ତ କରିଥିବା ନେଇ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

You might also like