ରାୟଗଡ଼ା: ଶ୍ୱଶୁରଙ୍କ ଲିଙ୍କ୍ରେ ଜ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ୍। ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବୀରେନ୍ଦ୍ରଙ୍କ ବାସଭବନରେ ଚଢଉ ଜାରି ରଖିଛନ୍ତି। ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଶ୍ୱଶୁରଙ୍କ ଲିଙ୍କ୍ରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି।
ଖରିଆର ରେଞ୍ଜର ଥିବା ବୀରେନ୍ଦ୍ରଙ୍କ ଶ୍ୱଶୁର ସଦାନନ୍ଦ ସୁନାନୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢଉ ବେଳେ ନଗଦ ଟଙ୍କା ସହ ଏଟିଏମ୍ କାର୍ଡ ଓ କିଛି କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଥିବା ସୂଚନା ମିଳିଛି।
ଭିଜିଲାନ୍ସ ଟିମ୍ ପକ୍ଷରୁ ରାୟଗଡା, କଳାହାଣ୍ଡି ସମେତ ୬ଟି ସ୍ଥାନରେ ରେଡ୍ ହେଉଥିବା ଭିଜିଲାନ୍ସ ବିଭାଗ ଡିଏସ୍ପି ସୂଚନା ଦେଇଛନ୍ତି।