ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜେଲ୍ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡ଼। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଥିଲା। ତାଙ୍କର ୧ କୋଟି ୩୩ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ତେବେ ଏହି ମାମଲାରେ ଆଜି ଭିଜିଲାନ୍ସ ଶାରଦାଙ୍କୁ ଗିରଫ କରିଛି।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରେ ଭିଜିଲାନ୍ସ ଆଜି ରେଡ୍‌ କରିଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜା ଅଲ୍ଲୀଙ୍କ ଅଫିସ୍‌ରେ ଚଢ଼ାଉ କରି ଭିଜିଲାନ୍ସ ତାଙ୍କ ଅଫିସ୍‌ ରୁମ୍‌ରୁ ୨ ଲକ୍ଷ ୩୪ ହଜାର ଟଙ୍କା ଜବତ କରିଛି।

ତେବେ ୨୦ ତାରିଖ ଦିନ ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା। ରବିନ୍ଦ୍ରଙ୍କ ପାଖରୁ ମୋଟ ୬ କୋଟି ୫୮ ଲକ୍ଷ ଟଙ୍କାର ସମ୍ପତି ମିଳିଥିଲା।

ଗତକାଲି ରବିନ୍ଦ୍ରଙ୍କୁ ଗିରଫ କରି  ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଥିଲେ ଭିଜିଲାନ୍ସ କୋର୍ଟ। ତେବେ ଓଡ଼ିଶା ଭିଜିଲାନ୍ସ ଇତିହାସରେ କୌଣସି ସରକାରୀ କର୍ମଚାରୀଙ୍କଠାରୁ ଏତେ ପରିମାଣର ସଂପତ୍ତି ଠାବ ହେବା ପ୍ରଥମ ଘଟଣା ବୋଲି ଭିଜିଲାନ୍ସ ଏସ୍‌ପି କହିଥିଲେ।

You might also like