ରୁରାଲ ଲେବର ଇନ୍ସପେକ୍ଟର ଭିଜିଲାନ୍ସ ଦ୍ୱାରା ଗିରଫ

ଲେବର କାର୍ଡ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ

ରାଉରକେଲା : ବଣାଇ ଲେବର ଅଫିସ୍‌ରେ କାର୍ଯ୍ୟରତ ଅଶୋକ ଡୁଙ୍ଗଡୁଙ୍ଗ ଭିଜିଲାନ୍ସ ଦ୍ୱାରା ଗିରଫ। ଲେବର କାର୍ଡ କରାଇ ଦେବା ପାଇଁ ସେ ୬୫ ଜଣଙ୍କ ଠାରୁ ୫୦ ଟଙ୍କା ଲେଖାଏ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି।

ଅଶୋକ ଡୁଙ୍ଗଡୁଙ୍ଗ ଏବେ ରୁରାଲ ଲେବର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ଆଜି ସନ୍ଧ୍ୟାରେ ସେ ସୁନ୍ଦରଗଡ଼ ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଦିଲୀପ କୁମାର ଲହେରୀଙ୍କ ଠାରୁ ୩ ହଜାର ୨ଶହ ୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଥିଲା। ଅଶୋକଙ୍କର ସରକାରୀ ଅଫିସ୍ ଓ ତାଙ୍କ ଭଉଣୀ ଘରେ ମଧ୍ୟ ରେଡ୍ ହୋଇଛି।

You might also like