ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ
ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର: ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା ।
#BIG_BREAKING: #ଫେସବୁକ୍_ଲାଇଭ_କରି_ଆତ୍ମହତ୍ୟା_ଉଦ୍ୟମ_କଲେ_ବିଦ୍ୟାଶ୍ରୀ
ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ। କଲେ ଫେସବୁକ୍ ଲାଇଭ୍। ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି। #BidyashreeDash #ManabPremi #AdityaDash #Bhubaneswar #Odisha pic.twitter.com/cL1c1u1gmS— ଓଟିଭି (@otvkhabar) December 16, 2020
ଫେସବୁକରେ ଲାଇଭ୍ କରି ନିଦ ବଟିକା ଖାଇଲେ ବିଦ୍ୟାଶ୍ରୀ । କହିଲେ, ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଛି । ତେବେ ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଥିବା ସୂଚନା । ତେବେ ଅନେକ ଦିନ ହେଲା ମାନବପ୍ରେମୀ ଆଦିତ୍ୟଙ୍କ ମାମଲାରେ କୌଣସି ଅପରାଧୀ ଧରାପଡିନାହାନ୍ତି ଏହାସହ ବିଦ୍ୟାଶ୍ରୀଙ୍କୁ ଦୋଷାରୋପ କରାଯାଉଥିବା ନେଇ ସେ ଫେସବୁକ ଲାଇଭରେ କହିଛନ୍ତି । ଏହାପରେ ଲାଇଭ ସମୟରେ ହିଁ ସେ ନିଦ ବଟିକା ଖାଇଛନ୍ତି ।
ଗତ କିଛି ଦିନ ଧରି ତାଙ୍କୁ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦୋଷୀ ଆଖ୍ୟା ଦିଆଯାଇଛି। ବହୁ ଅପମାନ ଓ ହଇରାଣ ହେବା ପରେ ସେ ଶେଷରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଭିଡିଓରେ କହିଛନ୍ତି। ବିଦ୍ୟାଶ୍ରୀ ଏକ ଡାଏରୀରେ ସେ କିଛି ବ୍ୟକ୍ତିଙ୍କ ନାଁ ଲେଖିଛନ୍ତି ।ଯେଉଁମାନେ ତାଙ୍କୁ ମାନସିକ ଭାବେ ଅତ୍ୟାଚାର କରିଥିବା ବିଦ୍ୟାଶ୍ରୀ ଭିଡିଓରେ କହିଛନ୍ତି ।