ପରକୀୟା ପ୍ରୀତି ସନ୍ଦେହରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ

ମାଲକାନଗିରି: ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ। ମାଲକାନଗିରି ଜିଲ୍ଲା MPV ୪୭ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ସନ୍ଦେହରେ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ପରକୀୟା ପ୍ରୀତିକୁ ନେଇ ଗତକାଲି ଜଣେ ବିବାହିତ ମହିଳା ଓ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଗାଁ ଲୋକେ ନିସ୍ତୁକ ପିଟିଥିଲେ। ସେମାନଙ୍କୁ ମାଡ଼ ମରାଯାଉଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା।

ଅନ୍ୟପଟେ, ଏହି ଘଟଣାରେ କୌଣସି ଏତଲା ହୋଇନଥିଲେ ବି ପୁଲିସ୍‌ ନିଜ ଆଡ଼ୁ ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି।

You might also like