ଜେଲ୍‌ରେ ଆରମରେ ଫୋନ୍‌ ଧରି କଥା ହେଉଛି କଏଦୀ ! ଭିଡିଓ ଭାଇରାଲ୍

ବାଲେଶ୍ୱର: ସୋର ମୁଳିସିଂରେ ଥିବା ଉପକାରାଗାର ଭିତର ଫଟୋ ଓ ଏକ ଭାଇରାଲ ହୋଇଛି। ଜେଲ୍ ଭିତରେ ବିଚାରାଧିନ କଏଦୀ ବେଣୁମାଧବ ପଣ୍ଡାଙ୍କ ଭିଡିଓ ଭାଇରାଲ ହୋଇଛି।  ଭିଡିଓରେ ବେଣୁମାଧବ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି। କଥା ହେବା ସମୟରେ ଜେଲରେ ତାଙ୍କ ପତ୍ନୀ ପାଖରେ ବସି ରହିଛନ୍ତି। ଏହି ସମୟରେ ଜେଲ ପରିସରରେ ପାଖାପାଖି ୫ରୁ ୧୦ ଜଣ ବାହାର ବ୍ୟକ୍ତି ଉପସ୍ଥିତ ଅଛନ୍ତି।

ତେବେ ଏହି ସମସ୍ତ ବ୍ୟକ୍ତିଙ୍କ ସହ କଏଦୀ ବେଣୁମାଧବ ପଣ୍ଡାଙ୍କ ପତ୍ନୀଙ୍କୁ ଜେଲ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜଣେ କଏଦୀ କିଭଳି ଜେଲ ଭିତରେ ଅଏସ କରୁଛି ଏଥିରେ ଏହି ଭିଡିଓରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ଜେଲ୍‌ ଭିତରକୁ ବେଆଇନ ଭାବେ ପ୍ରବେଶକୁ ନେଇ ଜେଲରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହେଉଛି। ବେଣୁମାଧବ ପତ୍ନୀଙ୍କ ସହ ବସିଥିବା ଖବରକୁ ଜେଲର ସ୍ୱୀକାର କରିଥିବା ବେଳେ ଫୋନ୍‌ରେ ଅନ୍ୟ ମାନଙ୍କ ସହ ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି।

You might also like