ସାବଧାନ ! ବାଘ ବୁଲୁଛି

ଟିଟିଲାଗଡ଼: ସଇଁତଲା ସ୍ଥିତ ଗୋଳାବାରୁଦ କାରଖାନା ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଗତକାଲି ରାତିରେ ୨ଟି କଲରାପତରିଆ ବାଘ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ମଧ୍ୟରୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେ ଏହାକୁ ସୋଶାଲ୍‌ ମିଡିଆରେପୋଷ୍ଟ କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।

ତେବେ ପ୍ରକୃତରେ ଭିଡିଓର ସତ୍ୟତା ଅଛି ନା ନାହିଁ, ତାହା ଜଣାପଡ଼ିନାହିଁ। ବନ ବିଭାଗର ସ୍ଥାନୀୟ ଅଧିକାରୀମାନେ ଭିଡିଓଟିକୁ ଯାଞ୍ଚ କରୁଥିବା ଜଣାପଡ଼ିଛି।

You might also like