ହେଲମେଟ୍ ଚେକିଂ ବେଳେ ବାଇକ ଆରୋହୀଙ୍କୁ ଦୁର୍ବ୍ୟବହାର !

ପୁଲିସର ଦୁର୍ବ୍ୟବହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ

କଟକ : ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ପୁଲିସର ଦୁର୍ବ୍ୟବହାର। କଟକ ମଧୁପାଟଣା ଥାନା ନିକଟରେ ଏହି ଘଟଣା ଘଟିଛି। ବାଇକ୍‌ ଆରୋହୀ ଜଣକ ହେଲମେଟ୍‌ ପିନ୍ଧି ନଥିବା ଓ ବାଇକ୍‌ରେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌ ଲଗାଇ ଥିବାରୁ ଫାଇନ୍ ଦେବାକୁ କହିଥିଲେ ପୁଲିସ କର୍ମଚାରୀ।

ଏହି ଘଟଣାକୁ ନେଇ ଭଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ସଂପୃକ୍ତ ପୁଲିସ କର୍ମଚାରୀ ବାଇକ୍‌ ଆରୋହୀଙ୍କୁ ଚପଲରେ ମାରିବାକୁ ଧମକ ଦେଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଟ୍ରାଫିକ୍‌ ଏସିପି କହିଛନ୍ତି।

You might also like