ମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌

ପୁରୀ: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଅଶୋଭନୀୟ ଆଚରଣର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।
ପୁରୀ ଜିଲ୍ଲା ପିପିଲି ବ୍ଳକ୍‌ ତେଇଶିପୁର ପଞ୍ଚାୟତର ୨୪ ନମ୍ବର ଜୋନ୍‌ରେ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ।

ତେବେ ବୈଠକ ପୂର୍ବରୁ ସଭା ମଞ୍ଚର କିଛି ଦୂରରେ ମନ୍ତ୍ରୀ ନିଜ କର୍ମୀମାନଙ୍କ ଗହଣରେ ଠିଆ ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଜଣେ ଛୋଟ ପିଲା ଯାଉଥିଲା। ତେବେ ମନ୍ତ୍ରୀ ପିଲାଟିକୁ ହଠାତ୍‌ ଠେଲି ଦେଇଥିବା ଦୃଶ୍ୟ ଏହି ଭିଡିଓରୁ ଦେଖିବାକୁ ମିଳିଛି। ଫଳରେ ଛୋଟ ପିଲାଟି ଏକ ଖାଲରେ ପଡ଼ିଯାଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।

You might also like