ବରଗଡ: ଛାତ୍ରୀ ନିବାସରେ ନାବାଳିକା ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ। ବରଗଡ଼ ଜିଲ୍ଲା ଗୌରପଡ଼ାରେ ଥିବା ଏକ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ ଘଟଣାର ଭିଡିଓ ଭାଇରାଲ ହୋଇଛି।
ଏନେଇ ଛାତ୍ରୀଙ୍କ ବାପା ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରବିନାରାୟଣ ଛତର, ବିମ୍ବାଧର ମଲ୍ଲିକ, ସୁବୋଧ ମେହେର ଓ ଜଗନ୍ନାଥ ଛତର।
ଅଭିଯୋଗ ଅନୁସାରେ, ମାଲିକ ଅସଦାଚରଣ କରୁଥିବା ବେଳେ ମୋବାଇଲ୍ରେ ଉକ୍ତ ଦୃଶ୍ୟକୁ କଏଦ କରି ପୁଲିସ୍ରେ ଅଭିଯୋଗ କରିଥିଲେ ସଂପୃକ୍ତ ଛାତ୍ରୀ। ତା’ପରେ କୌଣସି ମତେ ଏହି ଭିଡିଓ ଭାଇରାଲ୍ ହୋଇଥିଲା।
ଗିରଫ ହୋଇଥିବା ଅଭିଯୁକ୍ତମାନେ ଭିଡିଓଟିକୁ ବିଭିନ୍ନ ସୋଶାଲ୍ ସାଇଟ୍ରେ ଅପ୍ଲୋଡ୍ କରି ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
Published By: Odishatv Bureau
Last updated: 28 September 2018, 11:40 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।