ସୂର୍ଯ୍ୟଙ୍କୁ ଦୁଃଖ ଜଣାଇଲେ ସୂର୍ଯ୍ୟ

ଗଞ୍ଜାମ: ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗରେ ଦୁଃଖ ବଖାଣିଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ କୁଶପଡ଼ା ଗାଁର ବାସିନ୍ଦା ସୂର୍ଯ୍ୟ ପାତ୍ର। ନିକଟରେ ଗାଁରେ ପିଠା ଯୋଜନା କାର୍ଯ୍ୟକ୍ରମ ହେଉଥିବା ବେଳେ ନିଜର ଦୁଃଖ ବଖାଣିଲେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ସୂର୍ଯ୍ୟ ପାତ୍ର।

ପ୍ରଥମେ ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ପିଠା କାର୍ଯ୍ୟକ୍ରମର ପ୍ରଶଂସା କରିବା ପରେ ସେ ଦୁଃଖ ବଖାଣିଥିଲେ। କିନ୍ତୁ କିଛି ସମୟ କହିବା ପରେ ତାଙ୍କୁ କହିବାକୁ ଦିଆଯାଇନଥିଲା। ଏପରିକି ମାଇକ୍‌ର ସାଉଣ୍ଡ୍‌ ମଧ୍ୟ କମାଇ ଦିଆଯାଇଥିଲା।

ଏପରି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଉତ୍ସବରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅତିଥିଭାବେ ଉପସ୍ଥିତ ଥିଲେ। ଅନ୍ୟପଟେ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କମିଶନ ବସାଇଛନ୍ତି। ତଦନୁସାରେ ଲୋକଙ୍କୁ ଟଙ୍କା ମିଳିବ ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

 

You might also like