ପାସ୍‌ବୁକ୍ ଦେଖାଇ ବ୍ୟାଙ୍କରୁ ଉଠାଇ ପାରିବେ ୨ ହଜାର ଟଙ୍କା

ଭୁବନେଶ୍ୱର: ପାସ୍‌ବୁକ୍ ଦେଖାଇ ବ୍ୟାଙ୍କରୁ ଏଣିକି ୨ ହଜାର ଟଙ୍କା ଉଠାଇ ପାରିବେ ଉପଭୋକ୍ତା। ଫୋନି ବାତ୍ୟା ପ୍ରଭାବିତଙ୍କୁ ବ୍ୟାଙ୍କଗୁଡିକ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ବ୍ୟାଙ୍କ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ସେହିପରି ପ୍ରଭାବିତ ଅଞ୍ଚଳକୁ ଅଧିକ ସଂଖ୍ୟାରେ ଭ୍ରାମ୍ୟମାଣ ଏଟିଏମ୍‌ ପଠାଇବା ଲାଗି ପ୍ରୟାସ ଚାଲିଛି। ଅନ୍ୟପକ୍ଷରେ ବାତ୍ୟାରେ ପୁରୀରେ ହୋଟେଲ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ହୋଟେଲ ମାଲିକଙ୍କ ସମେତ ବ୍ୟବସାୟୀ ଓ କୁକୁଡ଼ା ଚାଷୀ ନେଇଥିବା ଋଣ ଉପରେ ସୁଧ ହ୍ରାସ ଓ କମ୍ ସୁଧରେ ନୂଆ ଋଣ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରିବାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଧର୍ମେନ୍ଦ୍ର ଚିଠି ଲେଖିଛନ୍ତି।

ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବୀମା ରାଶି ଯୋଗାଇ ଦେବା ଲାଗି ପଦକ୍ଷେପ ନେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ସେପଟେ ବାତ୍ୟା ପ୍ରଭାବିତଙ୍କୁ ବ୍ୟାଙ୍କ ସେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଲାଗି ଆସନ୍ତାକାଲି ହେବାକୁ ଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗ ଦେବାକୁ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ଭୁବନେଶ୍ୱର ଆସୁଛନ୍ତି ବୋଲି ସୂଚନା ମିଳିଛି।

You might also like