ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ୨ ତାରିଖ ଦିନ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚବେ।  ସେହିଦିନ ସନ୍ଧ୍ୟାରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେହିପରି ଏପ୍ରିଲ ୩ରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଉ ତା’ପରେ ୩ ତାରିଖ ସନ୍ଧ୍ୟା ୫ଟାରେ ଉପରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଏପଟେ ଉପରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଉତ୍ସବ ଆୟୋଜନ ସ୍ଥଳରେ ଜୋରଦାର ପ୍ରସ୍ତୁତି ଜାରି ରହିଛି ।

You might also like