ବିୟୋଗ ପରେ ବି ରାଜନେତାଙ୍କୁ ମିଳିଲାନି ଉଚିତ୍ ସମ୍ମାନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା।

ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସ୍ୱର୍ଗତ ଶରତ କର ଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିଲେ ବି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଗଲାନି କି ବିଧାନସଭା ପରିସରକୁ ଅନ୍ତିମ ଦର୍ଶନ ପାଇଁ ବି ମରଶରୀରକୁ ନିଆଗଲାନି। ଯାହା ଯନ୍ତ୍ରଣାଦାୟକ ଏବଂ ଅପମାନସୂଚକ ବୋଲି କହିଛନ୍ତି ନିରଂଜନ। ଏସବୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସେ।

ମୁଖ୍ୟମନ୍ତ୍ରୀ ଏଭଳି ନିନ୍ଦନୀୟ ଘଟଣା ସମ୍ପର୍କରେ ଜାଣିଛନ୍ତି ନା ନାହିଁ, କେଉଁ ସରକାରୀ ଅଧିକାରୀଙ୍କ ନିଷ୍ପତ୍ତିରେ ଏଭଳି ଘଟଣା ଘଟିଲା, ତାହାର ଅନୁଧ୍ୟାନ କରି କାଯର୍ୟାନୁଷ୍ଠାନ ନିଆଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି ନିରଂଜନ ପଟ୍ଟନାୟକ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like