ଓଡ଼ିଆ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ
ସମ୍ବଲପୁର(ସଞ୍ଜୟ କୁମାର ଜେନା): ବର୍ଷୀୟାନ ଓଡ଼ିଆ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଶନିବାର ଦିନ ସେ ବାଥ୍ରୁମ୍ରେ ପଡ଼ି ଯିବାରୁ ଆହତ ହୋଇଥିଲେ। ତାଙ୍କୁ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି।
ଶାନ୍ତି ସ୍ୱରୂପ ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ‘ମନ ଆକାଶ’, ‘କୃଷ୍ଣ ସୁଦାମା’ ଓ ବନ୍ଧୁ ମହାନ୍ତିରେ ଅଭିନୟ କରିଥିଲେ। ସେ ମଞ୍ଚ ନାଟକରେ ମଧ୍ୟ ଅଭିନୟ କରିଥିଲେ।
ସୂଚନାଥାଉ କି, ୨୦୧୫ ମସିହାରେ ଦିନେ ସନ୍ଧ୍ୟା ସମୟରେ ଶାନ୍ତି ସ୍ୱରୂପ ଘରେ ବସିଥିବା ବେଳେ ତାଙ୍କ ଉପରକୁ ୨ଜଣ ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ୨ ରାଉଣ୍ଡ୍ ଗୁଳି ତାଙ୍କ ଦେହରେ ବାଜି ଥିଲା। ସୌଭାଗ୍ୟବଶତଃ, ସେଇ ସମୟରେ ସେ ବଞ୍ଚି ଯାଇଥିଲେ। ତେବେ ଗତକାଲି ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବଲପୁର ସ୍ଥିତ ତାଙ୍କ ଘରେ ପହଞ୍ଚି ଶେଷ ଶେଷ ଦର୍ଶନ କରିଥିଲେ। ଶାନ୍ତି ସ୍ୱରୂପଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।
.@PandaJay is saddened to learn of the passing away of veteran Odia actor Shri Shanti Swarup Mishra.
His thoughts and prayers are with the bereaved family.
Om Shanti 🙏🙏 pic.twitter.com/WDwYR8BqIw— Office of Jay Panda (@mp_office) January 24, 2021
କିଛିଦିନ ତଳେ ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦ୍ଘାତରେ ପରଲୋକ ହୋଇଥିଲା।