ଆଉ ନାହାନ୍ତି ବିଜୟ ମହାନ୍ତି
ଭୁବନେଶ୍ୱର: ଫିଲ୍ମ ଦୁନିଆରେ ବିଜୟ ଲାଭ କରିଥିବା ବିଜୟ ମହାନ୍ତି ଜୀବନ ଲଢେଇରେ ହାରିଯାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ରାଜ କରିଥିବା ବିଜୟ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ସଂନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।
ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଘର କରିଥିବା ବିଜୟ ମହାନ୍ତି, ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ା ପାଣ୍ଡିରିରେ ଜନ୍ମଗ୍ରହଣ କରିଥିଲେ। ମୟୂରଭଞ୍ଜ ବାରିପଦାରେ କଟିଥିଲା ତାଙ୍କ ଶୈଶବ। କଳାରେ ସ୍ନାତକ ପରେ ସେ ଅଭିନୟ ପ୍ରତି ଆଗ୍ରହୀ ହୋଇ ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଭର୍ତ୍ତି ହୋଇଥିଲା।
ନାସିରୁଦ୍ଦିନ ଶାହା, ରାଜ୍ ବବ୍ବର ଏବଂ ଓମ୍ ପୁରୀ ଥିଲେ ତାଙ୍କ ସହପାଠୀ। ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ୧୯୭୭ର ଫିଲ୍ମ ଚିଲିକା ତୀରେରୁ ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟିଥିଲେ।
ରୂପେଲି ପରଦାରେ ଅଲ୍ରାଉଣ୍ଡର୍ ଥିଲେ ବିଜୟ ହିରୋ, ଭିଲେନ୍, କମେଡି, କ୍ୟାରେକ୍ଟର ରୋଲ୍, ସବୁଥିଲେ ସେ ଦେଖାଇଥିଲେ ଅଭିନୟର ପରାକାଷ୍ଠା ତାଙ୍କର ଆଉ କିଛି ଲୋକପ୍ରିୟ ଫିଲ୍ମ ହେଲା ଆରତୀ, ମମତା ମାଗେ ମୁଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା ଇତ୍ୟାଦି ଭୁଲି ହୁଏନା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ବିଜୟ।
ସେ ୧୯୭୭ରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗ ଦେଇ କିଛି ବର୍ଷ ପୂର୍ବରୁ ପ୍ରଫେସର୍ ଭାବେ ଅବସର ଗ୍ରହଣ କରିଥିଲେ। l ତାଙ୍କର ମୃତ୍ୟୁରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।