• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଲକଡାଉନ ଆଣିଦେଇଛି ନୂଆ ଉଦଭାବନା। ପେସାରେ ଜଣେ ଚାଷୀ ଏବଂ ବ୍ୟବସାୟୀ ଥିବା କରଞ୍ଜିଆର ସୁଶୀଲ୍ ଅଗ୍ରୱାଲ ତିଆରି କରିଛନ୍ତି ଏକ ୪ ଚକିଆ ଗାଡି। ଘରେ ପଡିଥିବା ଅଦରକାରୀ ଲୁହା, ମୋଟର୍, ସୋଲାର ପେନେଲ ସହ କିଛି ବୈଦ୍ୟୁତିକ ଉପକରଣରୁ ଏହି ଗାଡିକୁ ତିଆରି କରିଛନ୍ତି ସୁଶୀଲ।

ଏଥିରେ ୨ରୁ ୩ ଜଣ ବସିପାରିବା ସହ ଘଣ୍ଟାକୁ ୫୫ ରୁ ୬୦ କିମି ବେଗରେ ଯାଇପାରିବ ଗାଡି। ତେବେ ସବୁଠୁ ବଡ଼ କଥା ହେଉଛି ଏଥିରେ ପେଟ୍ରୋଲର ଆବଶ୍ୟକତା ନାହିଁ। ସୋଲାର୍ ଚାର୍ଜ ଦ୍ୱାରା ଏହା ଚାଲିପାରିବ ବୋଲି ଜଣାପଡ଼ିଛି। ଭବିଷ୍ୟତରେ ସମସ୍ତେ ଯେମିତି କିଣିପାରିବେ, ସେଇ ଲକ୍ଷ୍ୟରେ ଏଭଳି ଗାଡି ତିଆରି କରିଥିବା କୁହନ୍ତି ସୁଶୀଲ୍। ତେବେ ଏହାସହିତ ସେ ତିଆରି କରିଛନ୍ତି ଏକ ଉପକରଣ, ଯାହା ସାହାଯ୍ୟରେ ନଡ଼ିଆ ଗଛରେ ଆରାମରେ ଜଣେ ଚଢି ନଡ଼ିଆ ତୋଳିପାରିବ।

ସେହିପରି ନିମାପଡ଼ା ରେଶିଙ୍ଗା ଗାଁର ଚାଷୀ ଦିଲୀପ ବରାଳ ତିଆରି କରିଛନ୍ତି ଏକ ମଂଜି ପୃଥକୀକରଣ ମେସିନ୍‌। ଯାହାଫଳରେ ଟମାଟୋ ଓ ବାଇଗଣରୁ ମଂଜିକୁ ଅଲଗା କରାଯାଇପାରିବ ଏବଂ ଉତ୍ପାଦନକୁ ବଢାଇହେବ। ଏହି ମେସିନ୍ ତିଆରି କରିବା ପାଇଁ ସେ ବ୍ୟବହାର କରିଛନ୍ତି ମୋଟର, ଲୁହା ପ୍ଲେଟର ବାକ୍ସ ସହ କିଛି ଛୋଟ ଛୋଟ ଯନ୍ତ୍ରାଂଶ। ବିଭିନ୍ନ ସମୟରେ ନାନା ପ୍ରକାର ଆଧୁନିକ ପ୍ରଣାଳୀ ଚାଷ କରି ଦିଲୀପ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଂଶସିତ ବି ହୋଇଛନ୍ତି।

ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ଟମାଟୋ ମଂଜି ପ୍ରସ୍ତୁତ ବେଳେ ନଷ୍ଟ ହୋଇଯାଉଥିବା ଶସ୍ୟକୁ ସଂରକ୍ଷିତ କରାଯାଇପାରିବ ବୋଲି ସେ କୁହନ୍ତି। ଅନ୍ୟପଟେ ଦିଲୀପଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଟମାଟୋ ଶଶ ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯିବ ବୋଲି କହିଛନ୍ତି ନିମାପଡା କୃଷି ଅଧିକାରୀ।

କରଂଜିଆରୁ ଦୀପକ ମହାନ୍ତ/କୋଣାର୍କରୁ ସଂଜୟ ପତି 

Vehicles-run-without-petrol
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories