ଏଇ ଜିଲ୍ଲାରେ ଗାଡ଼ି ଚଳାଚଳ ମନା

ବ୍ରହ୍ମପୁର:  ଗଂଜାମ ଜିଲ୍ଲାରେ ଭୟଙ୍କର ରୂପ ନେଲାଣି କରୋନା।  ଦ୍ରୁତ ଗତିରେ ବଢି ଚାଲିଛି କରୋନା। ସଂକ୍ରମଣକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡି ଚଳାଚଳକୁ ମନା କରାଯାଇଛି। ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ କଟକଣା ନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ତେବେ ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡିକୁ ଅନୁମତି ମିଳିବ । ଅନ୍ୟଗାଡ଼ି ଗଡ଼ିବାକୁ କଟକଣା ଜାରି କରାଯାଇଛି। ଦୁଇ ଚକିଆ ଗାଡ଼ି ଚାଳନା ପାଇଁ ଅନୁମତିପ୍ରାପ୍ତ ଆଇକାର୍ଡ ଜରୁରୀ ଅଟେ  ।

ସେତିକି ନୁହେଁ, ଲୋକମାନେ ନିଜ ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଛି। ବରିଷ୍ଠ ନାଗରିକମାନେ ଘରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।

 

 

 

You might also like