‘ଫୋନି’ ପାଇଁ ପରିବା ବଜାରରେ ମହଙ୍ଗା ମାଡ଼

ଭୁବନେଶ୍ୱର: ‘ଫୋନି’ ପାଇଁ ପରିବା ବଜାରରେ ମହଙ୍ଗା ମାଡ଼। ବଜାରରେ ଆଳୁ ଓ ଟମାଟୋ ଦର ବୃଦ୍ଧି ହୋଇଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ  ବଜାରରେ ପରିବା ଦର ବଢୁଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟବସାୟୀମାନେ ଆଳୁ କିଲୋ ପିଛା ୨୫ ଟଙ୍କା ଓ ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ଗ୍ରାହକ କହିଛନ୍ତି।

ଅନ୍ୟପକ୍ଷେ, ଷ୍ଟକ୍ ନଥିବାରୁ ପରିବା ଦର ବଢିଥିବା ବ୍ୟବସାୟୀ କହିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ପୁରୀରୁ ୩୬୦ କିଲୋମିଟର ଦୂରରେ ‘ଫୋନି’

You might also like