ରାଜଧାନୀର ଗଳିକନ୍ଦିରେ ପନିପରିବା ପହଞ୍ଚାଇବ ଭେଜିଟେବଲ ଭ୍ୟାନ୍

ଭୁବନେଶ୍ୱର: କଟକଣା ସତ୍ତ୍ୱେ ବି ରାଜଧାନୀ ହାଟମାନଙ୍କରେ ଭିଡ଼ ହେଉଛି। ଏହା ରୋକିବାକୁ ବିଏମସି ପ୍ରୟାସ ଆରମ୍ଭ କରିଛି। ଏଣିକି ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବୁଲିବ ମୋବାଇଲ ଭେଜିଟେବଲ୍ ଭ୍ୟାନ୍। ଲୋକେ ଭ୍ୟାନ୍‌ରୁ ସହଜରେ ଯେପରି ପରିବା କିଣିପାରିବେ ସେନେଇ BMC ଏହି ବ୍ୟବସ୍ଥା କରିଛି।

ସେପଟେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏହାସହିତ ରାଜଧାନୀର ୪୧ଟି ଛୋଟ ହାଟ ନିୟମିତ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ୟୁନିଟ୍-୧, ୟୁନିଟ୍-୪ ଓ ସହିଦ ନଗର ହାଟ ଚାଲୁ ପାଇଁ ନିର୍ଦ୍ଦେଶ ଥିଲା। ସମସ୍ତ ହାଟରେ ସାମାଜିକ ଦୂରତା ବଜାୟ ରଖିବାକୁ BMC ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କରୋନା ସଂକ୍ରମଣ ବ୍ୟାପିବା ଓ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଏମସି ଏପରି ନିଷ୍ପତ୍ତି ନିଆଯାଇଛି।

You might also like