କାର୍ତ୍ତିକ ମାସରେ ପରିବା ଦରରେ ନିଆଁ
ବ୍ରହ୍ମପୁର /କେନ୍ଦୁଝର : କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ। କାର୍ତ୍ତିକରେ ଘରେ ଆମିଷ ପଶୁନଥିବାରୁ ପରିବା ଦର ହୁ ହୁ ହୋଇ ବୃଦ୍ଧି ପାଇଛି। ବ୍ରହ୍ମପୁରରେ ସପ୍ତାହକ ତଳେ ପରିବା ଦର ଯାହା ଥିଲା ତାହା ଏବେ ଢେର ଅଧିକ ବଢିଛି। କିଲୋ ପ୍ରତି ଆଳୁ- ୨୦ ଟଙ୍କା, ବାଇଗଣ-୫୦, ଭେଣ୍ଡି-୫୦, ବିନସ୍-୧୦୦ ଟଙ୍କା, କଲରା-୫୦ଟଙ୍କା , ଗାଜର ୮୦ ଟଙ୍କା ରହିଛି।
ସେହିପରି ଫୁଲକୋବି ଗୋଟା ୮୦ଟଙ୍କା ରହିଛି। ଯାହାକୁ ନେଇ ଗ୍ରାହକଙ୍କ ଭିତରେ ଅଶାନ୍ତି ଦେଖିବାକୁ ମିଳୁଛି। ସେପଟେ ବ୍ୟବସାୟୀଙ୍କ କହିବା କଥା, ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଦର ଅଧତ୍କ ରହିଛି ।
ସେଇଭଳି କେନ୍ଦୁଝରରେ ପ୍ରତ୍ୟେକ ହାଟରେ ବି ସମାନ ଅସୁବିଧା ଭୋଗୁଛନ୍ତି ଲୋକେ। ପରିବାର ବର୍ଦ୍ଧିତ ଦର ସୁହାଉନି ଲୋକଙ୍କ ପକେଟ୍କୁ। ଯାହାଫଳରେ କିଲେ ଦୁଇ କିଲୋ ଯାଗାରେ ଅଢେଇ ଶହ, ଅଧାକିଲୋ ପରିବା କିଣି ଘରକୁ ଫେରୁଛନ୍ତି ଗ୍ରାହକ। ତେବେ ସାର, ବିହନ ସହ ମଜୁରି ଅଧିକା ଯୋଗୁ ପରିବା ଅଧିକ ଦରରେ ବିକିବାକୁ ପଡୁଛି ବୋଲି ଚାଷୀ କହୁଥିବାବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଦର ଉପରେ ନିୟନ୍ତ୍ରଣ ପାଇଁ ସ୍କ୍ୱାଡ୍ ଗଠନ କରାଯିବ, କଳାବଜାରୀ ରୋକାଯିବ।
କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଆଗକୁ ପରିସ୍ଥିତି ଉପରେ ନିୟନ୍ତ୍ରଣ ନରହିଲେ ଦର ଆହୁରି ଉଚ୍ଚ ହେବା ଆଶଙ୍କା ରହିଛି।