ବଢୁଛି ପରିବା ଦର ; ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ପରିବା

ସପ୍ତାହ ତଳେ ଥିବା ପରିବା ଦର ଏବେ ଦୁଇଗୁଣା ବୃଦ୍ଧି, ଚିନ୍ତାରେ ଖାଉଟି...

କଟକ : ବଢୁଛି ପରିବା ଦର। ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ହୋଇଯାଇଛି ବିଭିନ୍ନ ପ୍ରକାର ପରିବା। ଯାହା ଯେତିକି ମାର୍କେଟକୁ ଆସୁଛି ଚଢ଼ା ଦରରେ ବିକ୍ରି ହେଉଛି। ଯେଉଁ ପରିବା ପୂର୍ବରୁ ୨୦ରୁ ୩୦ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା, ତାହା ଏବେ ୫୦ଟଙ୍କା ଉପରେ।

ସପ୍ତାହ ତଳେ ଥିବା ପରିବା ଦର ଏବେ ଦୁଇଗୁଣା ହୋଇଯାଇଛି। ଫଳରେ ଗୃହିଣୀଙ୍କ ପାଇଁ ଚିନ୍ତା ବଢିଛି।

ପରିବା ମଣ୍ଡି କଟକ ଛତ୍ରବଜାର। ପ୍ରତିଦିନ ସକାଳେ ଏଠାରେ ପରିବା ପାଇଁ ଗ୍ରାହକଙ୍କ ଭିଡ଼ ଜମୁଥିବା ବେଳେ ଏବେ କିନ୍ତୁ ସେପରି ଗହଳି ଚହଳି ନାହିଁ। କାରଣ ପରିବା ଦର ଆକାଶଛୁଆଁ। ବାଇଗଣ ଠାରୁ ଆରମ୍ଭ କରି ସିମଲା ଲଙ୍କା ଦରରେ ହାତ ମାରି ହେଉନି। ମାର୍କେଟରେ ପରିବା ଦର ଏବେ ଦୁଇ ଗୁଣା ହୋଇଛି। ଫଳରେ କେଜିଏ ବଦଳରେ ଅଧାକେଜି ନେଇ କାମଚଳାଇ ଦେଉଛନ୍ତି ଗ୍ରାହକ। ଘରୁ ଧରି ଆସିଥିବା ଟଙ୍କା ପକେଟରୁ ସରୁଛି, ହେଲେ ବ୍ୟାଗ୍‌ ଫୁଲ୍‌ ହେଉନି। ଫଳରେ ଚିନ୍ତାରେ ଖାଉଟି

ବାତ୍ୟା ଫୋନି ଅଜାଡି ଦେଇଥିଲା ପନିପରିବା ଚାଷ। ଯାହା ବି କିଛି ବି ପନିପରିବା ଫସଲ ଥିଲା, ବର୍ଷା ଯୋଗୁ ସ୍ଥିତି ଆହୁରି ବିଗିଡି ଗଲା। ବିଲରେ ପାଣି ଜମି ରହିବା କାରଣରୁ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଏହା ଦରବୃଦ୍ଧିର କାରଣ ବୋଲି କହିଛନ୍ତି ଚାଷୀ। ଏବେ ବାଇଗଣ କିଲୋ ପିଛା ୬୦ ଟଙ୍କା , ବିନସ କିଲୋ ପିଛା ୮୦, ଭେଣ୍ଡି ୪୦ ଟଙ୍କା, କଲରା ୫୦, କାଙ୍କଡ ୫୦, ସିମଲା ଲଙ୍କା ଶହେ ଟଙ୍କା ଓ ଅଦା କିଲୋ ପିଛା ୨ଶହ ଟଙ୍କା ରହିଛି।

ଖାଲି ଆମ ରାଜ୍ୟ ନୁହେଁ, କୋଲକାତା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଆଦି ବାହାର ରାଜ୍ୟରେ ବର୍ଷା ଯୋଗୁ ଆମଦାନୀ ମଧ୍ୟ କମ୍‌ ଥିବା କହିଛନ୍ତି ଛତ୍ରବଜାର ବ୍ୟବସାୟୀ।

ଆହୁରି ପଢ଼ନ୍ତୁ

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ବାତ୍ୟା ଓଡ଼ିଶା ନ ଛୁଇଁଲେ ବି ତାର ପ୍ରଭାବ ଦେଖେଇଛି…

କୁଡ଼ିଆରେ ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ଜଳୁଥିଲା, ବିଲ୍‌ ଆସିଲା ୪୬ ଲକ୍ଷ !

You might also like