ଲକ୍‌ଡାଉନ୍‌ ଯୋଗୁ ଅଭାବୀ ବିକ୍ରିର ଶିକାରେ ହେଲେ ଚାଷୀ

ଗଞ୍ଜାମ: କରୋନାରେ ଲକ୍‌ଡାଉନ୍ ଓ ଗାଡ଼ି ମୋଟର ଯାତାୟତରେ ବାଧା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ଅଭାବୀ ବିକ୍ରି ସାଙ୍ଗକୁ ମାଲ ପରିବହନ ଠିକ୍ ହେଉନଥିବାରୁ ଚାଷୀ ଆଉ ପନିପରିବା ବିକ୍ରି କରିପାରୁନାହାନ୍ତି।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡ଼ା ଗାଁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଛରେ ବଢ଼ି ଗଛରେ ହିଁ ପାଚି ଝଡ଼ି ଯାଉଛି ପିକେଟର ଲଙ୍କା। ମାର୍କେଟରେ ଏହାର ଡିମାଣ୍ଡ ଅଧିକ ଥିଲେ ବି ଏବେ ଏହାକୁ ବ୍ୟବସାୟୀ କିଣୁନାହାଁନ୍ତି।

ସେପଟେ ବାଇଗଣ, ଫୁଲକୋବି ଓ ଭେଣ୍ଡିର ବି ସମାନ ଅବସ୍ଥା। ଏକର ଏକର ବାଇଗଣ ଚାଷ ଜମିକୁ ଛାଡ଼ି ଦେଇଛି ଚାଷୀ। ବାଇଗଣ ପୂର୍ବବର୍ଷରେ ଏହି ସମୟରେ ୧୫ ଟଙ୍କା କିଲୋରେ ଯାଉଥିଲା। ଏବେ ୨ରୁ୫ ଟଙ୍କାରେ କିଣୁଛନ୍ତି ବେପାରୀ।

ଫୁଲକୋବିର ବି ଦର ଏବେ ୨୦ ଟଙ୍କା ଥିବା ବେଳେ ଗତବର୍ଷ ୪୦ ଟଙ୍କା ଥିଲା ସେହିଭଳି  ଭେଣ୍ଡି ପୂର୍ବ ବର୍ଷ ୧୫ ଟଙ୍କାରେ କିଣାଯାଉଥିଲା ଏବେ ୫ଟଙ୍କାରେ କିଣୁଛନ୍ତି ବେପାରୀ। ମୁଳ ଉଠୁନି, ତ ଲାଭ କଥା ଦୂରରେ ଥାଉ। ଚାଷରେ କ୍ଷତି ସହି ଚିନ୍ତାର ଚାଷୀ।

You might also like