ପୁଣି ଥରେ ଥାନାରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ: ଜାଣନ୍ତୁ ଏତଲାରେ କ’ଣ ଲେଖିଲେ…

ଏତଲା ଦେଲେ ବର୍ଷା

କଟକ: ପୁରୀଘାଟ ଥାନାରେ ପୁଣି ଏତଲା କଲେ ବର୍ଷା ପ୍ରିୟଦର୍ଶିନୀ।  ସେ ରହୁଥିବା ରୁମର ଏସି ଓ ଟିଭିକୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି ବୋଲି କହିଲେ ବର୍ଷା, ଶାଶୁଘର ଲୋକେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ କଲେ ବର୍ଷା। ତେବେ କିଛିଦିନର  ଅନ୍ତରରେ ପୁଣି ଥରେ ଥାନାକୁ ଆସି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।

ତେବେ ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ଚଳିତ ମାର୍ଚ୍ଚ ୫ରେ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି।

ପୂର୍ବରୁ ଉଭୟ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଥିଲା । ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଏହି ଆବେଦନ କରିଥିଲେ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ସ୍ଥାନାନ୍ତର କରିବାକୁ ସେ ଏଥିରେ ଆବେଦନ କରିଥିଲେ।  ତେବେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଥିଲେ।

ତେବେ ଆଜି ପୁଣି ଥରେ ବର୍ଷା ଥାନାରେ ଅଭିଯୋଗ କରିଥିବାରୁ ପୁଣି ଥରେ ଚର୍ଚ୍ଚା ବଢିଛି।

You might also like