‘ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ରାଜ୍ୟବାସୀ ଜାଣିସାରିଛନ୍ତି’

ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇନେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବାଣୀବିହାର ଛାତ୍ର ସଂଗଠନ। ବାଣୀବିହାର ଛାତ୍ର ସଂଗଠନ ପକ୍ଷରୁ ପ୍ଲାକାର୍ଡ ଦେଖାଇ ଘଟଣାର ପ୍ରତିବାଦ କରାଯାଇଛି।

We stand with OTV ଅର୍ଥାତ ଆମେ ଓଟିଭି ସହ ଅଛୁ, ସାମ୍ବାଦିକଙ୍କ ଉପରେ ଆକ୍ରମଣ ବନ୍ଦ କର, ଗଣତନ୍ତ୍ରର ହତ୍ୟା ବନ୍ଦ କର ଆଦି ଲେଖାଥିବା ପ୍ଲାକାର୍ଡ ଧରି ଛାତ୍ରମାନେ ପ୍ରତିବାଦ ଜଣାଇଥିଲେ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ରାଜ୍ୟବାସୀ ଜାଣିସାରିଛନ୍ତି। ଏଥିରୁ ନିବୃତ୍ତ ନରହିଲେ, ଆଗାମୀ ଦିନରେ ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ଛାତ୍ରନେତା ମାନସ କୁମାର ସାହୁ ।

You might also like